ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଶନିବାର ୪୯୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ମଧ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୧୬ ଜଣ ଆକ୍ରାନ୍ତ ରହିଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଟପିଛି।

ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରୁ ୨୦୬୬ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୧୧୨୮ ଜଣ ସୁସ୍ଥ ହୋଇଥିବାବେଳେ ୯୧୭ ଜଣ ଏବେ ବି ସକ୍ରିୟ ଅଛନ୍ତି। ସେହିପରି ଗଞ୍ଜାମରେ ୨୦ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ମଧ୍ୟ ହରାଇସାରିଲେଣି।

ବର୍ତ୍ତମାନ କରୋନା ସଂକ୍ରମଣରେ ଗଞ୍ଜାମ ସବୁଠାରୁ ଉପରେ ରହିଛି। ଏହା ପଛକୁ ଖୋର୍ଦ୍ଧା ଏବଂ କଟକ ରହିଛନ୍ତି। ଖୋର୍ଦ୍ଧାରେ ଏବେ ସୁଦ୍ଧା ୯୪୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରେ ୭୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment