ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ ଆଜି ଚିହ୍ନଟ ହେଲେ ୭୪ ନୂଆ ପଜିଟିଭ୍। ଏଥିସହ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୮ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରେ କ୍ୟାନସର ହସ୍ପିଟାଲର ୩୮ଟି କେସ୍ ସାମିଲ ରହିଛି।

କଟକ ମାଳିସାହିରୁ ୧୩ଟି କେସ୍ ଚିହ୍ନଟ ହୋଇଛି। ସେମାନଙ୍କ ଭିତରୁ ୮ ଜଣ ପୁରୁଷ ଓ ୫ ଜଣ ମହିଳା ବୋଲି ସୂଚନା ମିଳିଛି। ସେହିପରି ମାଣିକଘୋଷ ବଜାର ଅଞ୍ଚଳରୁ ୧୧ଟି କେସ୍ ସାମନାକୁ ଆସିଛି।

ଏହାକୁ ମିଶାଇ କଟକ ସହରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଏବେ ବି କଟକରେ ୧୬୬ଟି କେସ୍ ସକ୍ରିୟ ଅଛି ବୋଲି ସୂଚନା ରହିଛି।

Comment