ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ କ୍ୟାନସର ହସ୍ପିଟାଲରେ ହଙ୍ଗାମା ମଚାଇଲେ କରୋନା ରୋଗୀ। ଗତକାଲି କିଛି କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ସମୟରେ ସେମାନେ ଗୋଡ଼ାଇ ଗୋଡ଼ାଇ ଅନ୍ୟମାନଙ୍କୁ ଛୁଇଁବାକୁ ଚେଷ୍ଟା କରିଥିଲେ। ଯାହାକୁ ନେଇ ସେଠାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି  ଦେଖିବାକୁ ମିଳିଥିଲା।

ଏହି ରୋଗମାନଙ୍କୁ ବସରେ କୋଭିଡ ହସ୍ପିଟାଲ ନେବା ସମୟରେ ସେମାନେ ଗୋଡ଼େଇ ଗୋଡ଼େଇ ଅନ୍ୟମାନଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ଯାହା ଫଳରେ ବସର କର୍ମଚାରୀମାନେ ସଂକ୍ରମଣ ଭୟରେ ଯାଇ ବାହାରେ ଲୁଚିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା।

ଏପରିକି ଏହି ଘଟଣା ବିଷୟରେ ଜାଣିବା ପରେ ଏସିସିବି ମେଡିକାଲ୍ ଫାଣ୍ଡି କିମ୍ବା ମଙ୍ଗଳାବାଗ ଥାନା ପୋଲିସ ସଂକ୍ରମଣ ଭୟରେ ଆସିବାକୁ ସାହାସ ଜୁଟାଇ ପାରିନଥିଲା। ହେଲେ କିଛି ସମୟରେ ବୁଝାସୁଝା କରିବା ପରେ ଏହି କରୋନା ରୋଗୀମାନେ ନିୟନ୍ତ୍ରଣାଧୀନ ହୋଇଥିଲେ।

ଦିନକୁ ଦିନ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୧୩ରେ ପହଞ୍ଚିସାରିଲାଣି। ହସ୍ପିଟାଲର ଅନେକ କ୍ୟାନସର ରୋଗୀ, କର୍ମଚାରୀ ଓ ଆଟଣ୍ଡାଣ୍ଟମାନେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ହୋଇଛନ୍ତି।

Comment