ଓଡିଶାଲାଇଭ୍ ବ୍ୟୁରୋ

ଏଣିକି କଟକରେ ହେବ ଆଣ୍ଟିଜେନ୍ ଟେଷ୍ଟ। କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଆଣ୍ଟିଜେନ୍ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

କଟକରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେଉଛି । କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଓ ଏସସିବି ହସ୍ପିଟାଲ କରୋନା ହଟସ୍ପଟ୍ ପାଲଟିଛି। ଗତ ସପ୍ତାହରେ କଟକରୁ ୧୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ମଙ୍ଗଳବାରଠାରୁ କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ, ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଶିଶୁଭବନ ଓ ସିଟି ହସ୍ପିଟାଲରେ ରୋଗୀଙ୍କର ଆଣ୍ଟିଜେନ୍ ପରୀକ୍ଷା କରାଯିବ। ଏହି ପରୀକ୍ଷଣ ଫଳରେ ଅଧ ଘଣ୍ଟା ଭିତରେ ରୋଗୀଙ୍କର କରୋନା ଷ୍ଟାଟସ୍ ଜଣାପଡ଼ିବ।

ସଟଡାଉନ୍ ସମୟରେ ନିହାତି ଜରୁରୀ ନ ଥିଲେ ରୋଗୀଙ୍କୁ ଡାକ୍ତରଖାନା ଆସିବା ପାଇଁ ବାରଣ କରାଯାଇଛି। ବିଶେଷକରି ରାଜ୍ୟର କରୋନା ହଟସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରୁ ରୋଗୀଙ୍କ ଆସିବା ଉପରେ କଟକଣା ଜାରି କରାଯାଇଛି।

ନିହାତି ଜରୁରୀ କ୍ଷେତ୍ରରେ କାଜୁଆଲିଟିରେ ରୋଗୀଙ୍କର ସ୍କ୍ରିନିଂ କରାଯିବ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ଚିକିତ୍ସା, ଅସ୍ତ୍ରୋପଚାର ଆଦି କରାଯିବ। କିନ୍ତୁ ବିନା କୋଭିଡ୍ ପରୀକ୍ଷାରେ ଅସ୍ତ୍ରୋପଚାର କରାଯିବନାହିଁ।

ହସ୍ପିଟାଲକୁ ଆସୁଥିବା ସନ୍ଦିଗ୍ଧ ରୋଗୀ, ହଟସ୍ପଟ୍ ଜିଲ୍ଲା କିମ୍ବା କଣ୍ଟେନମେଣ୍ଟ ଜୋନର ରୋଗୀଙ୍କୁ ପ୍ରଥମେ ଆଇସୋଲେସନ ଓ୍ଵାର୍ଡରେ ରଖାଯିବ। ସେମାନଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଓ୍ଵାର୍ଡକୁ ସ୍ଥାନାନ୍ତରଣ କରାଯିବ।

Comment