ଓଡିଶାଲାଇଭ୍ କରୋନା ବ୍ୟୁରୋcorona monsoon-2

କଟକ ଚୌଦ୍ଵାର ଜେଲରେ କରୋନା। ଚୌଦ୍ଵାର ଜେଲର ଜଣେ ଓ୍ଵାର୍ଡର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଓ୍ଵାର୍ଡରଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ସେଠାରେ ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିବାବେଳେ ସଂପୃକ୍ତ ଓ୍ଵାର୍ଡରଙ୍କ ସମେତ ୪ ଜଣ ଓ୍ଵାର୍ଡର ହସ୍ପିଟାଲରେ ଡ୍ୟୁଟି କରୁଥିଲେ। କ୍ୟାନ୍ସର ଆକ୍ରାନ୍ତ କଏଦୀଜଣଙ୍କ କୋଭିଡ୍ ପଜିଟିଭ୍ ବୋଲି ଜଣା ପଡ଼ିବା ପରେ ଡ୍ୟୁଟି କରୁଥିବା ୪ ଓ୍ଵାର୍ଡରଙ୍କ ସ୍ଵାବ୍ ଟେଷ୍ଟ ହୋଇଥିଲା।  ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ଵାବ୍ ରିପୋର୍ଟ ପଜିଟିଭ୍ ଆସିଛି।

ଓ୍ଵାର୍ଡର ଜଣଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ ପରିସରକୁ ବିଶୋଧନ କରାଯାଇଛି। ଏଥିସହ ଜେଲ ଓ ବାରାକ୍ ଷ୍ଟାଫମାନଙ୍କର ସ୍ଵାବ୍ ଟେଷ୍ଟ ପାଇଁ ଜେଲ ଅଧୀକ୍ଷକ ପ୍ରଶାସନକୁ ଚିଠି ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here