ଓଡ଼ିଶାଲାଇଭ୍ ବ୍ୟୁରୋ

khordha tangi

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ):ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ବଲିପାଟପୁର ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଦୀର୍ଘ ଦିନ ହେଲା ଘରର ଛାତ ଉପରେ ଥିବା ଝୁଲାନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି ଏକ ଶିଶୁ କନ୍ୟା।

ଅନେକ ଦିନ ଧରି ଏହି ତାରଟି ଝୁଲନ୍ତା ଅବସ୍ଥାରେ ଥିଲା। ଏନେଇ ପରିବାର ଲୋକେ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା। ଆଜି ଏହାର ସଂସ୍ପର୍ଶରେ ଆସି ଏକ ଶିଶୁ କନ୍ୟା ପ୍ରାଣ ହରାଇଛି। ତେବେ ବିଦ୍ୟୁତ ବିଭାଗର ଅପାରଗତା ହେତୁ ଆଜି ନିରୀହ ଶିଶୁ କନ୍ୟାର ଜୀବନ ଚାଲିଯାଇଛି ବୋଲି କୁହାଯାଉଛି।

khordha tangi

ଶିଶୁଟି ଛାତ ଉପରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛାତ ତଳକୁ ପଡ଼ି ଯାଇଥିଲା। ପରିବାର ଲୋକ ନିକଟସ୍ଥ ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି।ଏନେଇ ଗାଁ ରେ ଏକ ପ୍ରକାର ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।

Comment