ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ମୂତାବକ ଆଜି ରାଜ୍ୟରୁ ୪୫୨ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମଧ୍ୟରୁ ଭୁବନେଶ୍ୱରରୁ ୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫୬ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ, ୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟର ବୋଲି ଜଣାପଡ଼ିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ଆକ୍ଟିଭ କେସ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ ଯୋଗେ ସୂଚନା ମିଳିଛି।

୫୬ ଲୋକାଲ କେସ୍ ଭିତରୁ ବରମୁଣ୍ଡାରୁ ୨, ଭୀମଟାଙ୍ଗିରୁ ଜଣେ, ବମିଖାଲରୁ ୩, ଡମଣା, ହଂସପାଳ, ଜାଗମରାରୁ ଜଣେ ଲେଖାଏଁ, ଜୟଦେବ ବିହାରରୁ ୨, ଝାରପଡ଼ାରୁ ଜଣେ, ନଖରାରୁ ଜଣେ, ଲୋଇସ୍ ରୋଡ଼ରୁ ୪, ଲକ୍ଷ୍ମୀସାଗରରୁ ୨, ଖାରବେଳ ନଗରରୁ ୪, ଖଣ୍ଡଗିରିରୁ ୨, କପିଳପ୍ରସାଦରୁ ଜଣେ, କପିଳେଶ୍ୱରରୁ ଜଣେ, କଳ୍ପନାରୁ ଜଣେ, ନୟାପଲ୍ଲୀରୁ ୫, ନୀଳାଦ୍ରି ବିହାରରୁ ୪, ଓଲ୍‌ଡ ଟାଉନ୍‌ରୁ ୩, ପାହାଳରୁ ୨, ପଟିଆରୁ ଜଣେ, ପୋଖରୀପୁଟରୁ ଜଣେ, ପଟିଆରେ ଥିବା ଏକ ପ୍ରାଇଭେଟ୍ ସ୍କୁଲରୁ ଜଣେ, ରସୁଲଗଡ଼ରୁ ୩, ଭିଏସ୍‌ଏସ୍ ନଗରରୁ ଜଣେ, ୟୁନିଟ୍‌-୮ରୁ ଜଣେ, ୟୁନିଟ୍‌-୬ରୁ ଜଣେ, ୟୁନିଟ୍‌-୨ରୁ ଜଣେ, ଟଙ୍କପାଣି ରୋଡ, ସୁନ୍ଦରପଦାରୁ, ସତ୍ୟନଗରର ଓ ସହିଦ ନଗରରୁ ଜଣେ ଲେଖାଏଁ ଲୋକାଲ୍ କେସ ଚିହ୍ନଟ ହୋଇଛି।

Comment