ଓଡ଼ିଶାଲାଇଭ୍ ବ୍ୟୁରୋ

medicine

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଔଷଧର ଅପବ୍ୟବହାର କରାଯାଉଥିବା ଘଟଣାର ପୁନରାବୃତ୍ତି ହୋଇଛି। ଖୋର୍ଦ୍ଧାର ଜଟଣୀସ୍ଥିତ ରାଜା ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା। ଏଠାକାର ମୁଖ୍ୟ ଡ୍ରେନରେ ସରକାରୀ ଔଷଧ ଭାସୁଥିବାର ଦେଖିବାକୁ ମିଳିଛି।

ଯୋର ବର୍ଷା ହେବା ଯୋଗୁଁ ଏଠାକାର ମୁଖ୍ୟ ଡ୍ରେନ ଯାମ ହୋଇଯାଇଥିଲା। ସେହି ସମୟରେ ଏହି ଅଞ୍ଚଳର ବାସିନ୍ଦା କାବୁଳି ମହାରଣା ଡ୍ରେନରେ ଔଷଧ ଭାସୁଥିବାର ଦେଖିବାକୁ ପାଇଲେ। ଏହାପରେ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ।

medicine

 

ପରେ ଏଠାରୁ ସମସ୍ତ ଔଷଧ ଉଦ୍ଧାର ହୋଇଥିଲା। ଔଷଧଗୁଡ଼ିକର ଏକ୍ସପାରୀ ଡେଟ୍ ନଥିବାର ଜଣା ପଡ଼ିଛି ଏବଂ ଏହି ଏହାକୁ ଫିଙ୍ଗାଯିବାର ଅସଲି କାରଣ ଜଣା ପଡ଼ନାହିଁ। ଏହି ସବୁ ଔଷଧ ଗଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା।

Comment