ଓଡ଼ିଶାଲାଇଭ ବ୍ୟୁରୋ

‘‘କିଛି କ୍ଷଣର ପବନ ଉଜାଡ଼ି ଦେଲା ମୋ ସ୍ୱପ୍ନର ଘର। କେତେ ସ୍ୱପ୍ନ ନେଇ କୁକୁଡାର୍ଫାମ ଭଳି ଛୋଟିଆ ବ୍ୟବସାୟ ପ୍ରତିଷ୍ଠାନଟିଏ ଆରମ୍ଭ କରିଥିଲି। ହେଲେ ବାତ୍ୟା ଫନି ସବୁକିଛି ଉଜାଡ଼ି ଦେଲା’’। ଏ ଶବ୍ଦ ଜଣେ ଯୁବ ବ୍ୟବସାୟୀଙ୍କର ଯିଏ ବାତ୍ୟାରେ ନିଜର କୁକୁଡାଫାର୍ମଟିକୁ ହରେଇ ବସିଛନ୍ତି।

ଏହି ଯୁବ ବ୍ୟବସାୟୀ ଜଣକ ହେଲେ ବାଲିଅନ୍ତା ବ୍ଲକ କାକରୁଦ୍ରପୁର ଗାଁର ମାନସ ସାହୁ। ମାନସ ୧୨ ଲକ୍ଷ ଟଙ୍କା ଋଣ କରି କରି କୁକୁଡ଼ା ଫାର୍ମଟି ନିର୍ମାଣ କରିଥିଲେ। ‘ଫନି’ ପ୍ରଭାବରେ ଫାର୍ମଟି ଭାଙ୍ଗି ମାଟିରେ ମିଶିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ଫାର୍ମଟି ଧରାଶାୟୀ ହୋଇଛି।

‘‘ ଦୁଇ ବର୍ଷ ହେଲା ବହୁତ କଷ୍ଟ କରି ଫାର୍ମଟି ତୋଳିଥିଲି। ଏହିଥିରୁ ହିଁ ପରିବାରର ୭ଜଣଙ୍କ ପେଟ ପୋଷୁଥିଲି। ହେଲେ ସବୁକିଛି ସରିଗଲା। ଏବେ କ’ଣ କରିବି? ମୁଣ୍ଡରେ ବଜ୍ର ପଡ଼ିଛି’’, କହିଛନ୍ତି ମାନସ ସାହୁ।

ମାନସ ଦୁଇ ବର୍ଷ ଭିତରେ ଅଳ୍ପ କିଛି ଋଣ ସୁଝିଥିଲେ, ଆହୁରି ଋଣ ବାକି ଅଛି। ଯଦି ସରକାର କିଛି ପଦକ୍ଷେପ ନିଅନ୍ତେ ତେବେ ଟିକେ ଚିନ୍ତା କମ୍ ହୁଅନ୍ତା ବୋଲି ଆଶାବାଦୀ ଅଛନ୍ତି ମାନସ।

LEAVE A REPLY

Please enter your comment!
Please enter your name here