ଓଡ଼ିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲାରେ ଶୁକ୍ରବାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସନତ କୁମାର ମହାନ୍ତି। ଖୋର୍ଦ୍ଧା ବ୍ଲକର ଓରବରସିଂହ ଗ୍ରାମପଞ୍ଚାୟତ ପରିଦର୍ଶନ କରି ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନ୍ତାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ। ଏଥିସହିତ ସେଠାରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଇବାକୁ ମଧ୍ୟ ସେ କହିଥିଲେ।ଲଘୁଚାପ ବର୍ଷା ଯୋଗୁଁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ମହାନଦୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକର ଦୁଇଟି ଗ୍ରାମପଞ୍ଚାୟତର ୧୦ଖଣ୍ଡ ଗାଁରେ ଏହି ବନ୍ୟାଜଳ ପ୍ରବାହିତ ହେଵାରୁ ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ଖୋର୍ଦ୍ଧା ବ୍ଲକର ଓରବରସିଂହ ଗ୍ରାମପଞ୍ଚାୟତର ଡିହଖଳା, ଓରବରସିଂହ, ଦୁର୍ଗାପୁର, ହିରିମୂଳରେ ବନ୍ୟାପାଣି ମାଡ଼ିଯାଇ ଗ୍ରାମଗୁଡ଼ିକୁ ବାହ୍ୟଜଗତରୁ ବିଛିନ୍ନ କରିଛି। ଲୋକ ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।BGUଅପରପକ୍ଷେ ଆଠଦଶଦିନ ହେବ ଲୋକମାନେ ସମେତ ଗାଈଗୋରୁମାନେ ମଧ୍ୟ ଭୋକ ଉପାସରେ ପଡିଥିଲେ। ମାତ୍ର ରିଲିଫ୍ ବଣ୍ଟନ କିମ୍ଵା କ୍ଷୟକ୍ଷତି ଆକଳନ କରିବାକୁ ପ୍ରଶାସନ ପକ୍ଷରୁ କାହାର ଦେଖା ମିଳିନଥିଲା। ଏପରି ଅଭିଯୋଗ ଆସିବାପରେ କାଲି ଖୋଦ୍ ଜିଲ୍ଲାପାଳ ଓରବରସିଂହ ଗ୍ରାମପଞ୍ଚାୟତ ହିରିମୂଳ ଗ୍ରାମକୁ ରିଲିଫ ଡଙ୍ଗାରେ ଯାଇ ଲୋକପ୍ରତିନିଧି ମାନଙ୍କ ଦ୍ଵାରା ଯଥାଶୀଘ୍ର ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ଅଞ୍ଚଳବାସୀଙ୍କୁ ଆଶ୍ଵାସନା ଦେଇଥିଲେ।

Comment