ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ଦିନ ତଳେ ସମ କୋଭିଡ ହସ୍ପିଟାଲରେ ନୟାଗଡ଼ ସହରାଞ୍ଚଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁର ୫ ଦିନ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହାକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଏଥିସହିତ ବ୍ୟକ୍ତିଙ୍କର କରୋନା ମୃତ୍ୟୁକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି।

ରିପୋର୍ଟ ଅନୁସାରେ ନୟାଗଡ଼ ଯଦୁମଣି ନଗରର ଜଣେ ବ୍ୟକ୍ତି ଗତ ଜୁନ୍‌୨୪ରେ ସମ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କଠାରେ କରୋନା ଲକ୍ଷଣ ଦେଖାଯାଉନଥିଲା। ମେଡିକାଲରେ ଭର୍ତ୍ତି ହେବା ପରେ ତାଙ୍କର ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୋଇଥିଲା।

ଏହାପରେ ତାଙ୍କୁ ୨୭ ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବ୍ୟକ୍ତିଙ୍କ ଜଣକ ଟାଇପ୍‌ ୨ ଡାଇବେଟିସରେ ମଧ୍ୟ ପୀଡ଼ିତ ଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଜୁଲାଇ ୧ରେ ଆଖି ବୁଜି ଦେଇଥିଲେ। କିନ୍ତୁ ବ୍ୟକ୍ତି ଜଣଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲା।

ଅନ୍ୟପକ୍ଷରେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ନୟାଗଡ଼ ଜିଲ୍ଲାପାଳ କରୋନା ସ୍ଥିତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ଏସ୍ପର୍କରେ କିଛି କହିନଥିଲେ। ବ୍ୟକ୍ତିଙ୍କର ମୃତ୍ୟୁର ୫ ଦିନ ପରେ କାରଣ ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।

Comment