ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନାରେ ପ୍ରାଣ ହରାଇଲେ ଆଉ ୪ ଆକ୍ରାନ୍ତ
  • ରାଜ୍ୟର ମୋଟ ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି
  • କେବଳ ଗଞ୍ଜାମ ଜିଲ୍ଲାରୁ ପ୍ରାଣ ହରାଇଲେଣି ୨୪ ଆକ୍ରାନ୍ତ

ରାଜ୍ୟରେ ପୁଣି ପ୍ରାଣ ନେଲା କରୋନା ଭାଇରସ। ଆଜି କରୋନାରେ ପୀଡ଼ିତ ଥିବା ୪ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟର ମୋଟ କରୋନା ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି।

ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ଭିତରୁ ୩ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଆଉ ଜଣେ କଟକ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ସେହିପରି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ମଧ୍ୟ ଆଜି ପ୍ରାଣ ହରାଇଛନ୍ତି। ହେଲେ ସେମାନେ କରୋନାରେ ପ୍ରାଣ ହରାଇନାହାନ୍ତି, ଅନ୍ୟ ରୋଗରେ ସେମାନଙ୍କର ପ୍ରାଣ ହାନି ଘଟିଛି ବୋଲି କୁହାଯାଇଛି।

ରାଜ୍ୟରେ ଏଯାବତ ମୋଟ ୫୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି। ସେଥିମଧ୍ୟରୁ ୪୨ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ୧୨ ଜଣ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Comment