ଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବ ସ୍ୱର୍ଗଦାରରରେ ଦାହ ହୋଇପାରିବ ନାହିଁ। କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହ ଉପରେ କଟକଣା ଜାରି କରାଯାଇଛି। ସମୁଦ୍ରରେ ମଧ ଅସ୍ଥି ବିସର୍ଜନ ନେଇ କଟକଣା ଲଗାଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂ।

ଓଡ଼ିଶାରେ କରୋନା ଆକ୍ରାନ୍ତ ବଢ଼ି ଚାଲିଛି। ୧୦ ହଜାର ଟପିଲାଣି ଆକ୍ରାନ୍ତ ସଂଖ୍ୟା। ମୃତ୍ୟୁ ସଂଖ୍ୟା ବି ୪୨ ଛୁଇଁଛି। କରୋନା ପାଇଁ ଏଥର ପୁରୀରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ କରାଯାଇଥିଲା। ରଥଯାତ୍ରା ଶେଷ ହେବା ପରେ ବି ପୁରୀକୁ ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here