ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବସନ୍ତମଞ୍ଜରୀ କୋଭିଡ୍ ସେଣ୍ଟରରେ ଚିକିତ୍ସା
  • ଚିକିତ୍ସା ପାଇଁ ଭର୍ତ୍ତି ହେଲେ ୧୭ କରୋନା ରୋଗୀ
  • ସତର୍କତା ସହ ଚିକିତ୍ସା ପାଇଁ ପରାମର୍ଶ

ନୟାଗଡ଼ ଜିଲ୍ଲା ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ବୁଧବାରଠାରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଚିକିତ୍ସା ସମୟରେ ସମସ୍ତ ସତର୍କତା ପାଳନ କରିବାକୁ ଜିଲ୍ଲାପାଳ ପୋମା ଟୁଡ଼ୁ ପରାମର୍ଶ ଦେଇଛନ୍ତି। ପ୍ରଥମେ ୧୭ ଜଣ ଆକ୍ରାନ୍ତଙ୍କୁ ସେଠାରେ ଭର୍ତ୍ତି କରାଯାଇଛି। ଜିଲ୍ଲାପାଳ ନିଜେ ଉପସ୍ଥିତ ରହି କରୋନା ରୋଗ ଚିକିତ୍ସା ବ୍ୟବସ୍ଥା  ଅନୁଧ୍ୟାନ କରିଥିଲେ।

CGU newଏଣିକି ଜିଲ୍ଲାର କରୋନା ଆକ୍ରାନ୍ତଙ୍କୁ ଭୁବନେଶ୍ୱର ପରିବର୍ତ୍ତେ ଚାନ୍ଦପୁର କୋଭିଡ୍ ହେଲ୍‌ଥ ସେଣ୍ଟରରେ ଭର୍ତ୍ତି କରାଯିବ। ସେଠାରେ ଥିବା ପ୍ରଶିକ୍ଷିତ ଡାକ୍ତର ଓ ନର୍ସ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବେ। ଅବଶ୍ୟକସ୍ଥଳେ ରୋଗୀଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲ ପଠାଯିବ।

ଜୁଲାଇ ୭ ତାରିଖରେ ନୟାଗଡ଼ରୁ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୧୬ ହୋଇଛି। ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ୭୦ ଜଣ ଚିକିତ୍ସାଧିନ ଅଛନ୍ତି।

Comment