ଓଡିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦର ନିମ୍ସରେ ଭାରତର ପ୍ରଥମ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ନିମ୍ସର ନିର୍ଦ୍ଦେଶକ ଡାକ୍ତର ମନୋହର ସୂଚନା ଦେଇଛନ୍ତି।

“ପ୍ରଥମେ ସୁସ୍ଥ ଲୋକଙ୍କୁ ଚୟନ କରାଯାଇ ସେମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯିବ। ଏହି ରକ୍ତ ନମୁନାକୁ ଦିଲ୍ଲୀର ନିର୍ଦ୍ଧାରିତ ଲ୍ୟାବକୁ ପଠାଯିବ। ସେଠାରୁ ସବୁଜ ସଙ୍କେତ ମିଳିବା ପରେ ଲୋକଙ୍କ ଶରୀରରେ ଟିକାର ପ୍ରଥମ ଶଟ୍ ପ୍ରୟୋଗ କରାଯିବ ଏବଂ ତାହାର ଉପଯୁକ୍ତ ପର୍ଯ୍ୟବେକ୍ଷଣ କରାଯିବ”, କହିଛନ୍ତି ନିମ୍ସର ନିର୍ଦ୍ଦେଶକ ଡାକ୍ତର ମନୋହର।CGU newଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ନିମ୍ସ ସମେତ ୧୨ଟି ମେଡିକାଲ ପ୍ରତିଷ୍ଠାନ ଏବଂ ହସ୍ପିଟାଲକୁ ଚିହ୍ନଟ କରିସାରିଛି। ନିମ୍ସରେ ଲୋକମାନଙ୍କର ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଲୋକଙ୍କ ଉପରେ କୋଭାକ୍ସିନ ପରୀକ୍ଷଣ ପୂର୍ବରୁ ସେମାନଙ୍କଠାରୁ ଅଡିଓ ଓ ଭିଡିଓ ମାଧ୍ୟମରେ ସହମତି ନିଆଯିବ ବୋଲି ନିମ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। କ୍ଲିନିକାଲ ଟ୍ରାଏଲ ପାଇଁ ଅତି କମରେ ୩୦ ଜଣ ଲୋକ ଦରକାର ବୋଲି ଡାକ୍ତର ମନୋହର କହିଛନ୍ତି।

ଭାରତୀୟ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଫେଜ୍-୧ ଓ ଫେଜ୍-୨ରେ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ଦେଇସାରିଛନ୍ତି। ଆଇସିଏମଆର ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(ଏନଆଇଭି)ର ସହଯୋଗରେ ଭାରତ ବାୟୋଟେକ କୋଭାକ୍ସିନ ପ୍ରସ୍ତୁତ କରିଛି।

Comment