ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୌଦ୍ୱାର ଜେଲ୍‌ର ୮ ଜଣ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧିନ କଏଦୀ ଥିବା ବେଳେ ଆଉ ୫ ଜଣ ହେଉଛନ୍ତି କଏଦୀ। ଚୌଦ୍ୱାର ଜେଲ୍‌ରୁ କଏଦୀମାନଙ୍କ ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜେଲ୍‌ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି।

ସେହିପରି କଟକରେ ଜଣେ ପୋଲିସ କନଷ୍ଟେବଳଙ୍କୁ କରୋନା ହୋଇଛି। ଏନେଇ ୫୮ ଜଣ ପୋଲିସ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହେବ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।

CGU newକଟକ ଜିଲ୍ଲାରୁ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୧ ଜଣ କଯକ ସହରରୁ ହୋଇଥିବା ବେଳେ ବଣ୍ଟାପଡ଼ା, ବାଙ୍କୀ ଏବଂ ମାହାଙ୍ଗାରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ଏସ୍‌ସିବିରୁ ମଧ୍ୟ ରାତିରେ ଆଉ ୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Comment