ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଭାରତର ଏକ ପ୍ରମୁଖ ରାଜ୍ୟ ହେଉଛି କେରଳ। ପର୍ଯ୍ୟଟନ ଦୃଷ୍ଟିରୁ ପୃଥିବୀର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରୁ ଗୋଟିଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସାରାବିଶ୍ୱର ଲୋକଙ୍କୁ ଆକର୍ଷିତ କରେ। କେରଳରେ ସବୁଠୁ ସୁନ୍ଦର ସ୍ଥାନ ହେଉଛି ମୁନ୍ନାର।

ମୁନ୍ନାର ଇଡୁକି ଜିଲ୍ଲାରେ ଅବସ୍ଥିତ ଏକ ଅବିଶ୍ୱସନୀୟ, ଆକର୍ଷଣୀୟ ହିଲ ଷ୍ଟେସନ। ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଏହା ସବୁଠୁ ସୁନ୍ଦର ହିଲ୍‌ ଷ୍ଟେସନ ମଧ୍ୟ। ଏହି ସ୍ଥାନକୁ ଦକ୍ଷିଣ ଭାରତର ଭୂସ୍ୱର୍ଗ ମଧ୍ୟ କୁହାଯାଉଛି।CGU new

ଏଠାରେ ଭାରତର ସବୁଠୁ ବଡ଼ ଚା ପତ୍ର ବଗିଚା ମଧ୍ୟ ରହିଛି। ଏହି କାରଣ ମୁନ୍ନାର ପ୍ରସିଦ୍ଧି ଲାଭ କରିଛି। ଏଠାରେ ମଧୁରପୁଜା, ନାଲାଥାନି ଏବଂ କୁଣ୍ଡାଲି ନଦୀର ମିଳନ ସ୍ଥଳ ଅର୍ଥାତ ଏକ ତ୍ରିବେଣୀ ସଙ୍ଗମ ବି ଦେଖିବାକୁ ମିଳେ।

ଏଠାରେ ପାହାଡ଼, ଝରଣା, ବୋଟିଂର ମଜା ନେଇ ହୁଏ। ଏଥିପାଇଁ ପ୍ରତିବର୍ଷ ଦେଶ ବିଦେଶରୁ ପର୍ଯ୍ୟଟକ ଏଠାକୁ ଛୁଟି କାଟିବାକୁ ଆସନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୁନ୍ନାରରେ ଏକ ସୂଚନା କାର୍ଯ୍ୟାଳୟ ଅଛି, ସବୁ ସ୍ଥାନରେ କିନ୍ତୁ ଏଭଳି ସୁବିଧା ନଥାଏ।

Comment