ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫୫ ନୂଆ ପଜିଟିଭ୍ ଭିତରୁ ୧୬ ଜଣ ଆକ୍ରାନ୍ତ ସିଏମସି ଅଞ୍ଚଳର। ଏନେଇ କଟକ ମହାନଗର ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସିଏମସି ପକ୍ଷରୁ କୁହାଯାଇଛି ଯେ, କଟକ ମହାନଗର ଅଞ୍ଚଳରୁ ଆଜି ୧୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ଲୋକାଲ୍ କେସ୍ ବୋଲି ଜଣାପଡ଼ିଛି। କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସମ୍ ହସ୍ପିଟାଲ, ଏସସିବି, ଏମସ ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଇସୋଲେସନ ୱାର୍ଡରୁ ଚିହ୍ନଟ ହୋଇଛନ୍ତି ବୋଲି ସିଏମସି ସୂଚନା ଦେଇଛି।

CGU new

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଏହି ଆକ୍ରାନ୍ତଙ୍କ ଭିତରୁ ଜଣେ ଓଡ଼ିଶା ପୋଲିସର କର୍ମଚାରୀ ହୋଇଥିବା ବେଳେ ଅନ୍ୟଜଣେ ବଢ଼େଇ ସାହି ଅଞ୍ଚଳର ବାସିନ୍ଧା ବୋଲି ଜଣାପଡ଼ିଛି।

ଏହାକୁ ମିଶାଇ କଟକ ମହାନଗରର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୧୯୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment