ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • କରୋନା ନେଲା ଆଉ ୪ ଜୀବନ
  • ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର 
  • କରୋନା ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି

କରୋନାରେ ପ୍ରାଣ ହରାଇଲେ ଆଉ ୪ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର ମୋଟ କରୋନ ମୃତ୍ୟୁସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ଆଜି ପ୍ରାଣ ହରାଇଥିବା ସମସ୍ତ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାକୁ ମିଶାଇ କେବଳ ଗଞ୍ଜାମ ଜିଲ୍ଲାର କରୋନା ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି।CGU newସେହିଭଳି ଆଜି ଆଉ ୨ଟି ଅଣକୋଭିଡ୍ ମୃତ୍ୟୁ ମଧ୍ୟ ହୋଇଛି। ଏହି ମୃତକ ଦୁହେଁ ସୁନ୍ଦରଗଡ଼ ଓ ଭଦ୍ରକର ବୋଲି କୁହାଯାଇଛି। ଏମାନେ କରୋନା ବ୍ୟତୀତ ଅନ୍ୟ ରୋଗରେ ପୀଡ଼ିତ ଥାଇ ପ୍ରାଣ ହରାଇଛନ୍ତି।

ରାଜ୍ୟର ଏଯାବତ ମୋଟ ୭୩ କରୋନା ରୋଗୀ ପ୍ରାଣ ହରାଇସାରିଲେଣି। ସେଥିମଧ୍ୟରୁ ୫୬ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ବାକି ୧୭ ଜଣ ଅନ୍ୟ ରୋଗରେ ଆକ୍ରାନ୍ତ ଥାଇ ପ୍ରାଣ ହରାଇଛନ୍ତି।

Comment