ଓଡିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଓ ଶ୍ରୀକାକୁଲମ ଯାଇପାରିବେନି ଗଜପତିବାସୀ। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି।

ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମକୁ ଗଜପତିବାସୀ ଯାଇପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ଏଥିସହ ଗଞ୍ଜାମ ଓ ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ଆସିପାରିବେନି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏପରିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ମଧ୍ୟ ସେଠାକୁ ଯିବା ଲାଗି ବାରଣ କରାଯାଇଛି। ପ୍ରତିଦିନ ଯାଇ ପୁଣି ଘରକୁ ଫେରୁଥିବା ଲୋକଙ୍କୁ ଗଞ୍ଜାମ ଯିବାକୁ ଜିଲ୍ଲାପାଳ ମନା କରିଛନ୍ତି।CGU newଦୁଇ ଜିଲ୍ଲା ମଧ୍ୟରେ ଯାତାୟତ ଉପରେ କଟକଣା କରାଯାଇଥିଲେ ମଧ୍ୟ ମାଲ୍ ପରିବହନ ଓ ଆମ୍ଵୁଲାନ୍ସ ଆଦି ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି।

ବର୍ତ୍ତମାନ ସୁଦ୍ଧା ଗଜପତି ଜିଲ୍ଲାରୁ ୫୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୨୯ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ୧୩୮ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ ଅଛନ୍ତି।

Comment