ଓଡିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଓଡ଼ିଶା କ୍ରାଇମବ୍ରାଞ୍ଚ ପୋଲିସ ଦିଲ୍ଲୀରୁ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ବାଲେଶ୍ଵର ପୋଲିସକୁ ହସ୍ତାନ୍ତର କରିଛି। ବର୍ତ୍ତମାନ ଗିରଫ ଯୁବକଙ୍କୁ ସହଦେବଖୁଣ୍ଟା ଥାନାରେ ଜେରା କରାଯାଉଥିବା ସୂଚନା ମିଳିଛି।

ଅଭିଯୁକ୍ତ ଯୁବକଜଣଙ୍କ ହେଲେ ଦାରା ସେନାର ସଦସ୍ୟ ମୁକେଶ ଜୈନ। ରଥଯାତ୍ରା ବନ୍ଦ କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁକେଶ ସୋସିଆଲ ମିଡିଆରେ ସିଜେଆଇ ଶରଦ ଅରବିନ୍ଦ ବୋବଡେଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ। ବୋବଡେ ରଥଯାତ୍ରା ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି ଲେଖିବା ସହ ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।CGU newଏହାପରେ ତାଙ୍କ ବିରୋଧରେ ବିରୋଧରେ ପ୍ରଥମେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲା। କିନ୍ତୁ କୋହଳ ଦଫା ଲାଗିଥିବାରୁ ତାଙ୍କୁ ଜାମିନ ମିଳିଯାଇଥିଲା। କିନ୍ତୁ ସେ ଓଡ଼ିଶା ସହିତ ସମ୍ପୃକ୍ତ ଥିବାରୁ ସେତେବେଳେ ଓଡ଼ିଶା ପୋଲିସକୁ କେସ୍ କରିବା ପାଇଁ କୁହାଯାଇଥିଲା। ଏହାପରେ ଓଡ଼ିଶା କ୍ରାଇମବ୍ରାଞ୍ଚ, ଭଦ୍ରକ ପୋଲିସ ଏବଂ ବାଲେଶ୍ଵର ପୋଲିସ ପକ୍ଷରୁ ମୁକେଶଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ଏଥିରୁ ବାଲେଶ୍ଵର ପୋଲିସ ଲଗାଇଥିବା ବଳିଷ୍ଠ ଦଫା ଆଧାରରେ ସହଦେବଖୁଣ୍ଟା ପୋଲିସ ଆଜି ତାଙ୍କୁ ଗିରଫ କରିଛି। ଥାନାରେ ତାଙ୍କୁ ବିଭିନ୍ନପ୍ରକାର ଜେରା କରାଯାଉଛି। ଏହି ଜେରାରୁ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମିଳିଥିବା ପୋଲିସ ସୂଚନା ଦେଇଛି।

ତେବେ ଏକ ଅଲୌକିକ ଶକ୍ତି ତାଙ୍କୁ ଏପରି ଲେଖିବାକୁ ବାଧ୍ୟ କରିଥିଲା ବୋଲି ମୁକେଶ କହିଛନ୍ତି। କିନ୍ତୁ ପୋଲିସ ଏହି କଥାକୁ ସହଜରେ ଗ୍ରହଣ କରିପାରୁନଥିବାରୁ ଏହା ପଛରେ ଆଉ କ’ଣ ଉଦ୍ଦେଶ୍ୟ ରହିଛି ସେନେଇ ପଚରାଉଚରା ଜାରି ରଖିଛି।

Comment