ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦ୍ରୁତ ଗତିରେ ବଢୁଛି ଗୋଷ୍ଠୀ ସଂକ୍ରମଣ
  • ପଜିଟିଭ୍ ତାଲିକାରେ ଡାକ୍ତର ଓ ପୋଲିସ୍ କର୍ମଚାରୀ
  • ଓଡ଼ଗାଁ ବ୍ଲକ ଅଂଚଳରୁ ସର୍ବଧିକ ୧୯ ଚିହ୍ନଟ

ନୟାଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ସମସ୍ତ ରେକର୍ଡକୁ ପଛରେ ପକାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲା ହସ୍ପିଟାଲର ଜଣେ ଯୁବ ଡାକ୍ତର ରହିଛନ୍ତି। ଏଥିରେ ୪ ଜଣ ପୋଲିସ୍ କର୍ମଚାରୀ ଆକ୍ରାନ୍ତ ରହିଥିବା ଖବର ମିଳିଛି। ସର୍ବାଧିକ ୧୯ ଜଣ ଆକ୍ରାନ୍ତ ଓଡ଼ଗାଁ ବ୍ଲକ ସୁନାମୁଁହି, କୁରାଳ, ଗିରିଡ଼ିପଲ୍ଲୀ ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

CGU newଜିଲ୍ଲାରେ ଗତ ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦଶପଲ୍ଲା ଅଞ୍ଚଳର ୧୧ ଜଣ ସସ୍ଥ୍ୟ କର୍ମଚାରୀ ଥିଲେ। ପଜିଟିଭ୍ ତାଲିକାରେ ଜଣକ ପରେ ଜଣେ ଡାକ୍ତର ଓ ସ୍ଥ୍ୟ କର୍ମଚାରୀଙ୍କ ନାମ ଆସୁଥିବାରୁ ସଂକ୍ରମଣ ମାତ୍ରା ବ୍ୟାପକ ହୋଇଥିବା ଅନୁମାନ କରାଯାଉଛି। ଜିଲ୍ଲାରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ଗୋଷ୍ଠୀ ସଂକ୍ରମଣ ଆଗକୁ ଅଧିକ କଠିନ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା ଉପୁଜିଛି।

Comment