ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ସେଲୁନ୍‌ ଉପରେ ପ୍ରଭାବ ପକାଇଛି। ସେଲୁନ ଖୋଲିବା ଉପରେ ସରକାର କଟକଣା ହଟାଇ ନେଇଥିଲେ ମଧ୍ୟ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ସେଲୁନ୍‌କୁ ନଆସି ଲୋକେ ନିଜ ଘରକୁ ଖୁର, କତୁରୀ କିଣିନେଇ ଚୁଟି, ଦାଢ଼ି କାଟୁଛନ୍ତି। କେନ୍ଦ୍ରାପଡ଼ାରେ ଖୁର, କତୁରୀ କିଣିବା ଲାଗି ଲୋକଙ୍କ ଭିଡ଼ ଲାଗୁଛି। ଗ୍ରାହକ ଆସୁ ନଥିବାରୁ ସେଲୁନ୍ ବ୍ୟବସାୟୀଙ୍କ ଚିନ୍ତା ବଢ଼ିଛି।

CGU newକରେନା ମହାମାରୀ ଯୋଗୁଁ ଲୋକମାନେ ଅଧିକ ସଚେତନ ହୋଇଯାଇଛନ୍ତି। ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ସଂକ୍ରମିତ ନହେବା ପାଇଁ ଲୋକେ ଏବେ ସେଲୁନରେ ଭିଡ଼ ଲଗାଉ ନାହାନ୍ତି। ନିଜ ପରିବାର ସଦସ୍ୟମାନଙ୍କ ସହାୟତାରେ ଚାଲିଛି ଚୁଟିକଟା ଆଉ ଦାଢି କଟା। ଏବେ ବଜାରରେ ଖୁର କତୁରୀ ଦୋକାନରେ ଭାରି ଗହଳି। ବଜାରରେ ମହଙ୍ଗା ହେଲାଣି ଖୁର କତୁରୀ ଦର।

ଛୋଟ ପିଲାମାନଙ୍କର ଚୁଟି ଘରେ ବାପା, ମା’ମାନେ କାଟି ଦେଉଥିବା ବେଳେ ଆଉ କିଛି ଲୋକ ପଡୋଶୀଙ୍କୁ ଡାକି ଚୁଟି କାଟି ଦେଉଛନ୍ତି। କିଛି ଲୋକ ଚୁଟି, ଦାଢ଼ି କାଟିବା ପାଇଁ ବାରିକମାନଙ୍କୁ ନିଜ ଘରକୁ ଡାକି ଆଣୁଛନ୍ତି। ଘରେ ବାରିକମାନଙ୍କୁ ସାନିଟାଇଜ୍ କରାଯାଉଛି। ବାରିକମାନଙ୍କ ପାଖରେ ଥିବା ଖୁର, କତୁରୀ ବ୍ୟବହାର ନକରାଯାଇ ନିଜ ଘରକୁ କିଣି ଆଣିଥିବା ଖୁର କତୁରୀରେ ବାରିକ ହାତରେ ଚୁଟି କାଟୁଛନ୍ତି।

ଏହାର ପ୍ରଭାବ ବାରିକମାନଙ୍କ ସେଲୁନ ବ୍ୟବସାୟ ଉପରେ ପଡିଛି। ରୋଜଗାର ମାନ୍ଦା ହେବାରେ ଲାଗିଛି। ଦିନରେ ୭୦ ପ୍ରତିଶତ କମ୍ ବେପାର ହେଉଛି। ଫଳରେ ବାରିକମାନଙ୍କ ପରିବାର ପୋଷଣ ଦୁର୍ବିସହ ହେବାରେ ଲାଗିଛି। କରୋନାର ଏହି ପ୍ରତିକୂଳ ପ୍ରଭାବ ବାରିକମାନଙ୍କ ବ୍ୟବସାୟକୁ ଦୋହଲାଇ ଦେଇଛି।

Comment