ଓଡିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଯୋଗୁଁ ବିଦେଶରୁ ଘରକୁ ଫେରୁଥିବାବେଳେ ଧରାପଡ଼ିଲା ଅଭିଯୁକ୍ତ। କେନ୍ଦ୍ରାପଡ଼ାର ବହୁଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ୍ ସର୍ଫରାଜକୁ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଗିରଫ କରାଯାଇଛି। କରୋନା ସଂକ୍ରମଣ ଆଶଙ୍କାରେ ତାକୁ ଥାନାରେ ସଙ୍ଗରୋଧରେ ରଖାଯାଇଛି। ଏନେଇ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ଆଇଆଇସି ପ୍ରମୋଦ ମଲ୍ଲିକ ସୂଚନା ଦେଇଛନ୍ତି।୨୦୧୯ ଜୁଲାଇ ୧୪ ତାରିଖରେ କେନ୍ଦ୍ରାପଡ଼ା ତିନିମୁହାଣି ବଜାର କମିଟି ସଭାପତି ତଥା ବଜରଙ୍ଗ ଦଳର ସଦସ୍ୟ ବାବୁଲି ମହାରଣାଙ୍କୁ ଗୁଳି କାରାଯାଇଥିଲା। ଏଥିରେ ବାବୁଲି ଗୁରୁତର ଆହତ ହୋଇଥିଲେ। ବ୍ୟବସାୟିକ ଶତ୍ରୁତା ପାଇଁ ଗ୍ୟାଙ୍ଗଷ୍ଟାର ଟିଟୋ ଏହି ଗୁଳିକାଣ୍ଡ ଘଟାଇଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା।

ଏହି ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୨୨ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିବାବେଳେ ୧୧ ଜଣଙ୍କୁ ଗିରଫ କରିସାରିଛି। କିନ୍ତୁ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଖ୍ ସର୍ଫରାଜ ୨୦୧୯ ଅଗଷ୍ଟ ମାସରୁ ଫେରାର ଥିଲା। ଓଡ଼ିଶାରୁ ଯାଇ ଆବୁଧାବିର ଗୋଟିଏ କମ୍ପାନୀରେ ଚାକିରି କରୁଥିଲା। ତେବେ କରୋନା ପାଇଁ କମ୍ପାନୀ ବନ୍ଦ ହୋଇଯିବାରୁ ସର୍ଫରାଜ ଘରକୁ ଫେରୁଥିଲା।CGU newଏ ବିଷୟରେ ସୂଚନା ପାଇ କେନ୍ଦ୍ରାପଡ଼ା ସଦରଥାନା ପୋଲିସ ତାକୁ ବିଜୁ ପଟ୍ଟନାୟକ ଏୟାରପୋର୍ଟରୁ ଗିରଫ କରିଛି।

କରୋନା ସଂକ୍ରମଣ ଆଶଙ୍କାରେ ତାକୁ ଥାନା ପରିସରରେ ଥିବା ଏକ ଘରୋଇ ସଙ୍ଗରୋଧ କେନ୍ଦ୍ରରେ ରଖାଯିବା ସହ ତା’ର ସ୍ଵାବ୍ ସଂଗ୍ରହ କରାଯାଇଛି। ସର୍ଫରାଜକୁ ଧରିଥିବା ପୋଲିସ ଟିମ୍ ମଧ୍ୟ କ୍ଵାରେଣ୍ଟାଇନରେ ଅଛନ୍ତି।

Comment