ଓଡିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କରେନା ସଂକ୍ରମଣକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭର୍ଣ୍ଣ ବ୍ଲକ ଏବଂ ପୌରପାଳିକାରୁ ବୁଧବାର ୪୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୭ ଜଣ ପୁରୁଷ ଓ ୧୫ ଜଣ ମହିଳା ଅଛନ୍ତି। ଏଥିସହ ଆଜି ଜୟପୁର ପୌର ପରିଷଦରୁ ୧୦ ଜଣ ଏବଂ ଜୟପୁର ବ୍ଲକ ଦିଗାପୁରରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଜୟପୁରର ଖାଲ ସାହି ଏବଂ ଇରିକେସନ କଲୋନି ବସ୍ତିର କଣ୍ଟେନମେଣ୍ଟ ଜୋନ୍  ଅବଧିକୁ ଆହୁରି ୪୮ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏଥିସହ ମହାରାଣୀପେଟା, ଗୌଡ଼ସାହି, ପାଇଲ ସାହି, ମହିଳା ମହାବିଦ୍ୟାଳୟ ପଛପଟ ସାହି ଏବଂ ଜୟପୁର ବ୍ଲକର ବିରିଫୁଲଗୁମା ଗ୍ରାମକୁ ପ୍ରଥମ ଥର ପାଇଁ କଣ୍ଟେନମେଣ୍ଟ ଜୋନ୍ କରିବାକୁ କୋରାପୁଟ ଜିଲ୍ଲାପାଳ ମଧୁସଦନ ମିଶ୍ର ଘୋଷଣା କରିଛନ୍ତି।CGU newବୈପାରୀଗୁଡାରେ ମଧ୍ୟ କରୋନା ସଂକ୍ରମଣର ପ୍ରଭାବ ବଢିଚାଲିଛି। ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବୈପାରୀଗୁଡା ପ୍ରଶାସନ ପକ୍ଷରୁ ବୈପାରୀଗୁଡା ଥାନା, ଗୌଡ଼ସାହି ଓ ପୁରୁଣା ମେଡିକାଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ବୈପାରୀଗୁଡ଼ା ଥାନାର ଜଣେ କର୍ମଚାରୀ, ୨ ଜଣ ସ୍ଵାସ୍ଥ୍ୟକର୍ମୀ ଏବଂ ସ୍ଵାସ୍ଥ୍ୟକର୍ମୀଙ୍କର ଜଣେ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ଏବେ କିଛି ଦିନ ପର୍ଯ୍ୟନ୍ତ ବୈପାରୀଗୁଡା ଥାନା ବଦଳରେ ଜୟପୁର ସଦର ଥାନାରେ ଅଭିଯୋଗ ଗ୍ରହଣ କରାଯିବ ବୋଲି ବୈପାରୀଗୁଡା ଡ଼ିଏସପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇଛନ୍ତି।ଏଥିସହ ରୋଗୀଙ୍କୁ ଜୟପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଉଥିବା ଜଣାପଡ଼ିଛି। ବ୍ଲକ କାର୍ଯାଳୟକୁ ମଧ୍ୟ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

Comment