ଓଡିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ କଟକରେ କରୋନା ସ୍ଥିତିକୁ ନେଇ ରବିବାର ରାଜ୍ୟ ସରକାର ବିସ୍ତୃତ ସୂଚନା ଦେଇଛନ୍ତି। ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ ଏବଂ ସିଏମସି କମିଶନର ଅନନ୍ୟା ଦାସ ମିଳିତ ଭାବେ ଏନେଇ ସୂଚନା ଦେଇଛନ୍ତି। କଟକରେ କରୋନା ସୁସ୍ଥ ହାର ଭଲ ସ୍ଥିତିରେ ରହିଛି ବୋଲି ସେମାନେ କହିଛନ୍ତି।

ରାଜ୍ୟ ସରକାରଙ୍କ କହିବା ମୁତାବକ କଟକ ସହରରେ ୨୪୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ୧୫୬ଟି ଆକ୍ଟିଭ୍ କେସ୍ ରହିଛି। ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇଥିବାବେଳେ ୭୩ ଜଣ ସକ୍ରିୟ ଅଛନ୍ତି। ଏସସିବିରୁ ଚିହ୍ନଟ ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାବେଳେ ୧୭ଟି ଆକ୍ଟିଭ୍ କେସ୍ ରହିଛି।CGU newକଟକରେ ଥିବା ଘରୋଇ ହସ୍ପିଟାଲ ଲାଗି ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନ୍ ଅନୁସାରେ ଘରୋଇ ହସ୍ପିଟାଲଗୁଡ଼ିକୁ ପ୍ରଥମେ ରୋଗୀଙ୍କର ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଅଛି। ଏଥିସହ କଣ୍ଟାକ୍ଟ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ଵ ଦିଆଯାଉଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂତତ୍ଵ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।

ଆଜି କଟକରୁ ୧୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୯ ଜଣ କଟକ ମହାନଗର ନିଗମ ଅଞ୍ଚଳର ବୋଲି ଜଣାପଡ଼ିଛି। ଅନ୍ୟପଟେ କଟକରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୩ ରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ସଟଡାଉନ୍ ହଟାଇ ଦିଆଯାଇଛି।

Comment