ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରୁ ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍ କେସ୍। ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୩ ଆକ୍ରାନ୍ତଙ୍କ ଭିତରୁ ୧୬ ଜଣ କଟକ ସହରର ବୋଲି ଜଣାପଡ଼ିଛି। ଏନେଇ ସିଏମସି ଟୁଇଟ କରି ସୂଚନା ଦେଇଛି।

ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଓ ୨ ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ୮ଟି ପଜିଟିଭ୍ କେସ୍ ଲୋକାଲ୍ ବୋଲି ସିଏମସି ସୂଚନା ଦେଇଛି।

ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ୨ ଜଣ ଏସସିବି ମେଡିକାଲ ଆଇସୋଲେସନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଡଗରପଡ଼ା ଓ ଶାନ୍ତି ବିହାରରେ  ହୋମ୍ କ୍ୱାରେଣ୍ଟାଇନରେ ଥିବା ଦୁଇ ପୁରୁଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ସହରର ବିଭିନ୍ନ ଅଞ୍ଚଳରୁ 8ଟି ଲୋକାଲ୍ କେସ୍ ସାମନାକୁ ଆସିଛି।CGU newଏଯାବତ କଟକ ସହରରୁ ମୋଟ ୨୬୪ଟି ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ସହରରେ ୧୨୮ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସିଏମସି କହିଛି।

Comment