ଓଡିଶାଲାଇଭ୍ କରୋନା ବ୍ୟୁରୋcorona-1

ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ଜନବସତି ଅଞ୍ଚଳଗୁଡ଼ିକରେ ସଂକ୍ରମଣ ବ୍ୟାପୁଛି। ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଛି।

ଗତ ଶନି ଓ ରବିବାର ନୟାଗଡ଼ରୁ ୪୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅଧିକାଂଶ ଲୋକାଲ କେସ୍ ବୋଲି ଜଣାପଡ଼ିଛି।ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜିଲ୍ଲାପାଳ ଡକ୍ଟର ପୋମା ଟୁଡ଼ୁ ନୟାଗଡ଼ ସହରର ଏମଆଇ କଲୋନୀ ଓ ବଳରାମ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଦଶପଲ୍ଲା ବ୍ଲକ୍ ବନ୍ଧୁଗାଁ ଦଳିତ ସାହିକୁ ମଧ୍ୟ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି। ଜିଲ୍ଲାରେ ସଂକ୍ରମଣ ମାତ୍ରା ଅନୁଯାୟୀ ସତର୍କତା ଓ ପ୍ରତିକାର ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ଜରୁରୀ ହୋଇପଡ଼ିଛି।CGU newବର୍ତ୍ତମାନ ସୁଦ୍ଧା ନୟାଗଡ଼ରୁ ୨୭୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୭ ଜଣ ସୁସ୍ଥ ହୋଇଥିବାବେଳେ ୯୩ ଜଣ ଏବେ ବି ସକ୍ରିୟ ଅଛନ୍ତି।

Comment