ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସବୁଠି ଚିନ୍ତା ବଢ଼ିଛି। ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ରେ ପହଞ୍ଚିଥିବାରୁ ଏବଂ ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସାଧାରଣ ଲୋକଙ୍କୁ ଜିଲ୍ଲାପାଳଙ୍କ ଅଫିସ୍‌ ମନା ହୋଇଛି।

ଆଜିଠୁ କୌଣସି ଲୋକ ଜିଲ୍ଲାପାଳଙ୍କ ଅଫିସ୍‌କୁ ଯାଇପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି। ଏହାସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ।

CGU newମୋବାଇଲ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଳାପଳାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପାଇଁ  କୁହାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ହ୍ୱାଟ୍‌ସ୍‌ଆପ୍‌ ନମ୍ବର ୯୮୬୧୮୨୧୨୪୪ ଜାରି କରାଯାଇଛି। ଏହି ୱେବ୍‌ସାଇଟ୍‌ janasamparakkhordha.co.in  ମାଧ୍ୟମରେ ଜନସାଧାରଣ ଅଭିଯୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here