ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ ଧୀର ଧୀରେ କରୋନା ସ୍ଥିତି ସୁଧୁରିବା ଭଳି ମନେ ହେଉଛି। ଆଜି କଟକ ଜିଲ୍ଲାରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ସେ ଭିତରୁ ମାତ୍ର ୪ ଜଣ ସିଏସି ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି।

ଚିହ୍ନଟ ହୋଇଥିବା ଏହି ଆକ୍ରାନ୍ତଙ୍କ ଭିତରୁ ୨ ଜଣ ସରକାରୀ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ଜଣେ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ଜଣେ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ହୋଇଥିବା କୁହାଯାଇଛି।

କଟକ ସହରର ସୂତାହାଟ, ଓଡ଼ିଆ ବଜାର ଅଞ୍ଚଳରୁ ଏହି ଲୋକାଲ୍ କେସଟି ଚିହ୍ନଟ ହୋଇଛି। ତାଙ୍କର ବୟସ ୩୬ ବର୍ଷ ବୋଲି ସିଏମସି ସୂଚନା ଦେଇଛି।CGU newଏଯାବତ କଟକ ସହରରୁ ମୋଟ ୨୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୪ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। କଟକ ସହରରେ ଏବେ ବି ୧୫୪ ଆକ୍ରାନ୍ତ ସକ୍ରିୟ ଥିବା ନେଇ ସିଏମସି ସୂଚନା ଦେଇଛି।

Comment