ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାରେ ପ୍ରାଣ ହରାଇଲେ ଆଉ ୩ ଜଣ ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।

ବୁଧବାର ଗଞ୍ଜାମର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଓ ୮୬ ବର୍ଷୀୟ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ଭୁବନେଶ୍ୱରର ମଧ୍ୟ ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସୂଚନା ରହିଛି।

ସେହିପରି ଆଜି କରୋନାରେ ଆକ୍ରାନ୍ତ ଥାଇ ଆଉ ଦୁଇ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ହେଲେ ସେମାନଙ୍କର ମୃତ୍ୟୁ କରୋନାରେ ନହୋଇ ଅନ୍ୟ ରୋଗ ହେତୁ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ଦୁଇ ଜଣ ଆକ୍ରାନ୍ତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି।CGU new

ଏଯାବତ ରାଜ୍ୟରେ ମୋଟ ୧୦୧ କରୋନା ରୋଗୀଙ୍କ ପ୍ରାଣ ଯାଇସାରିଲାଣି। ସେଥିମଧ୍ୟରୁ ୭୭ ଜଣ କରୋନାରେ ପ୍ରାଣ ହରାଇଥିବାବେଳେ ବାକି ୨୪ ଜଣଙ୍କର ଅଣ କୋଭିଡ୍ ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି।

Comment