ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆଜି ସୁସ୍ଥ ହେଲେ ଆଉ ୪୦୧ କରୋନା ରୋଗୀ। ଏମାନଙ୍କୁ ମିଶାଇ ବର୍ତ୍ତମାନସୁଦ୍ଧା ମୋଟ ୧୦ ହଜାର ୮୭୭ କରୋନା ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ସୂଚନା ଦେଇଛି।

ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ ରୋଗୀ ସୁସ୍ଥ ହୋଇଛନ୍ତି। ଗଞ୍‌ଝଶଢ଼ଣଉ ୮୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୬, ଗଜପତିରୁ ୩୬, ଝାରସୁଗୁଡ଼ାରୁ ୩୦, କେନ୍ଦୁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂହପୁରରୁ ୧୭, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୮, ସୋନପୁରରୁ ୭, ବରଗଡ଼ରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡ଼ାରୁ ୫, ଢେଙ୍କାନାଳରୁ ୪, ଭଦ୍ରକରୁ ୩, ବାଲେଶ୍ୱରରୁ ୩, କଟକରୁ ୨ ଏବଂ ପୁରୀରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

କରୋନାରେ ୧୫ ହଜାର ୩୯୨ ଜଣ ଆକ୍ରାନ୍ତ ହେଲେଣି। ୭୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ହଜାର ୫୧୫ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comment