ଓଡ଼ିଶାଲାଇଭ୍ ବ୍ୟୁରୋ

  • ଧାମନଗର ଏନ୍ଏସି ୩ ଦିନ ସଟଡାଉନ୍
  • ୧୭ ତାରିଖରୁ ୨୦ ତାରିଖ ଯାଏଁ ସଟଡାଉନ୍
  • କରୋନା ସଂକ୍ରମଣ ରୋକିବାକୁ ଯାଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସେହି ଅଞ୍ଚଳକୁ ଜିଲ୍ଲାପାଳ ସଟଡାଉନ୍ ଘୋଷଣା କରିଛନ୍ତି।

ଶୁକ୍ରବାର ସକାଳ ୫ଟାରୁ ଏହି ସଟଡାଉନ୍ ଆରମ୍ଭ ହେବ। ଯାହାକି ୨୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ୭୨ ଘଣ୍ଟିଆ ସଟଡାଉନକୁ ସମସ୍ତେ ପାଳନ କରିବେ ବୋଲି ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ତେବେ ଏହି ସଟଡାଉନରୁ ମେଡିକାଲ ଓ ଆମ୍ବୁଲାନ୍ସ ସେବାକୁ ବାଦ ଦିଆଯାଇଛି। ଏଥିସହ ବ୍ଲକ୍, ତହସିଲ୍, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମଧ୍ୟ ସଟଡାଉନ୍ ସମୟରେ କାମ କରିବେ ବୋଲି କୁହାଯାଇଛି। ଏହାସହ ଟେଲିକମ୍ ସର୍ଭିସ, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ପ୍ରତିନିଧ, ଅନଲାଇନ୍ ସେବା ଆଦି ବିଭିନ୍ନ ସେବା ଚାଲୁ ରହିବ ବୋଲି କୁହାଯାଇଛି।CGU newବର୍ତ୍ତମାନ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଯାବତ ଜିଲ୍ଲାରୁ ୪୫୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୨୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ଜିଲ୍ଲାରେ ୧୨୮ କରୋନା ରୋଗୀ ସକ୍ରିୟ ଥିବା ସୂଚନା ରହିଛି।

Comment