ଓଡ଼ିଶାଲାଇଭ୍ ବ୍ୟୁରୋ

corona kit-1

ଦେଶରେ କରୋନା ପରିସ୍ଥିତି ଅଣାୟତ କହିଲେ ଚଳେ। ଦିନକୁ ବହୁ ସଂଖ୍ୟକ କରୋନା ଟେଷ୍ଟ ହେଉଛି ଏବଂ ବହୁତ ଲୋକ ପ଼ିଜିଟିଭ୍ ମଧ୍ୟ ବାହାରୁଛନ୍ତି। ତେବେ କରୋନା ଟେଷ୍ଟିଂ ପାଇଁ ହେଉଥିବା ଅଧିକ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଇଆଇଟି ଦିଲ୍ଲୀ ପ୍ରସ୍ତୁତ କରିଛି ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍। ଏହାର ମୂଲ୍ୟ ରହିଛି ମାତ୍ର ୬୫୦ ଟଙ୍କା।

CGU new

ଏହି କିଟର ନାଁ ରଖାଯାଇଛି ‘କରୋସ୍ୟୁର’। ଏହି ଟେଷ୍ଟିଂ କିଟ୍ ମାଧ୍ୟମରେ ମାତ୍ର ତିନି ଘଣ୍ଟାରେ ଟେଷ୍ଟର ଫଳାଫଳ ଆସିଯିବ। ଆଇସିଏମଆର୍ ଏବଂ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଦ୍ୱାରା ଏହା ଅନୁମୋଦିତ ହୋଇସାରିଛି। କେନ୍ଦ୍ର ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏବଂ ରାଷ୍ଟ୍ରମନ୍ତ୍ରୀ ସଂଜୟ ଧୋତ୍ରେ ଏହାର ଶୁଭାରମ୍ଭ କରିଛନ୍ତି।

corona kit-2

ବର୍ତ୍ତମାନ ଲୋକମାନଙ୍କୁ କରୋନା ଟେଷ୍ଟିଂ ପାଇଁ ପ୍ରାୟ ତିନି ହଜାର ପାଖାପାଖି ଟଙ୍କା ଦେବାକୁ ପଡ଼ୁଛି। ଗରିବ ଲୋକଙ୍କ ପାଇଁ ଏହା ଏକ ବହୁତ ବଡ଼ ରାଶି। ତେବେ ଯେପରି ସବୁ ବର୍ଗର ଲୋକେ କମ ଖର୍ଚ୍ଚରେ ଏହି ଟେଷ୍ଟ କରାଇପାରିବେ ସେ ଦିଗକୁ ଦୃଷ୍ଟିରେ ରଖି ଏହି କିଟ୍ ପ୍ରସ୍ତୁତ କରାଯାଇଛି। ତେବେ ଏଭଳି ଏକ ଘଢ଼ିସନ୍ଧି ମୁହୁର୍ତ୍ତରେ ଏହି କିଟ୍ କରୋନା ବିରୋଧରେ ଲଢ଼େଇକୁ ଏକ ନୂଆ ରୂପ ଦେବ ବୋଲି ଆଶା କରାଯାଉଛି।

Comment