ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡା ଜିଲ୍ଲାକୁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, କଟକ ଓ ରାଉରକେଲା ମ୍ୟୁନିସପାଲ କର୍ପୋରେସନ ଅଞ୍ଚଳରୁ କେହି ଆସିଲେ ୧୪ ଦିନ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା।

କୋଭିଡ ନିୟନ୍ତ୍ରଣ ପାଇଁ ରାଜ୍ୟର ୪ଟି ଜିଲ୍ଲା ଓ ଗୋଟିଏ ମ୍ୟୁନିସିପାଲ କର୍ପୋରେସନରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି କାରଣରୁ କେନ୍ଦ୍ରାପଡା ଜିଲ୍ଲାରେ କରୋନା ପ୍ରତିରୋଧ ପାଇଁ ସେହିସବୁ ଅଞ୍ଚଳରୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ଜାରି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। ଏହି ପ୍ରକ୍ରିୟା ଶୁକ୍ରବାର ରାତି ୯ଟାଠାରୁ ଆସନ୍ତା ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟର ୪ଟି ପ୍ରମୁଖ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମ୍ୟୁନିସପାଲ କର୍ପୋରେସନରେ କରୋନା ମାଡି ଚାଲିଛି। ଏହି ସମସ୍ତ ଜିଲ୍ଲାରେ କୋଭିଡ କଟକଣାକୁ କଡାକଡି କରିଛନ୍ତି ସରକାର। ପୁରୁଣା ଢାଞ୍ଚାରେ ଲକଡାଉନ କଟକଣାରେ ସାମାନ୍ୟ କୋହଳ କରାଯାଇଛି। ଏହାଛଡା ଏହି ଜିଲ୍ଲାରୁ ବାହାରକୁ ଓ ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ଲାଗିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାକୁ କରୋନା ମୁକ୍ତ କରିବାକୁ ଏସବୁ ଅଞ୍ଚଳରୁ  କେନ୍ଦ୍ରାପଡା ଜିଲ୍ଲାକୁ ଆସୁଥିବା ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। କୋଭିଡ ଆଇନରେ ଜିଲ୍ଲାପାଳମାନଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା ବଳରେ ଜିଲ୍ଲାପାଳ ସମର୍ଥ ବର୍ମା ଏହି କଟକଣା ଲଗାଇଛନ୍ତି। ଏସବୁ ଜିଲ୍ଲାରୁ ଯଦି କେହି କେନ୍ଦ୍ରାପଡା ଆସନ୍ତି ତେବେ ତାଙ୍କୁ ୧୪ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ପଡ଼ିବ।

CGU newଏଥି ସହିତ ଜିଲ୍ଲାପାଳ କେତେକ କ୍ଷେତ୍ରରେ ନିୟମ କୋହଳ କରିଥିବା କହିଛନ୍ତି। କରୋନା ପରିଚାଳନା, ଆପତକାଳୀନ ପରିଚାଳନା, ଜରୁରୀକାଳୀନ ଅବସ୍ଥା ଏଥିରୁ ବାଦ୍ ଦିଆଯାଇଛି। ଏହାଛଡା ଜିଲ୍ଲା କିମ୍ବା ମ୍ୟୁନିସପାଲିଟି ପ୍ରଶାସକଙ୍କୁ ଏଥିରୁ ବାଦ ଦିଆଯାଇଛି। ସ୍ୱାସ୍ଥ୍ୟ କିମ୍ବା ଜରୁରୀ ସେବା ଏହି ଆଦେଶରୁ ମୁକ୍ତ ରହିଛି ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comment