ଓଡିଶାଲାଇଭ୍ କରୋନା ବ୍ୟୁରୋcorona monsoon-2

କଟକ ସହରରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଶନିବାର କଟକରୁ ଆଉ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନ୍‌ରୁ ୯ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପୁରୁଣା ରାଉସାପାଟଣାରୁ ୨ ଜଣ, ଖପୁରିଆରୁ ଜଣେ, ବକ୍ସିବଜାରରୁ ଜଣେ, ଯୋବ୍ରା ପାରେଶ୍ଵର ସାହିରୁ ଜଣେ, ଏସ୍‌ସିବି ମେଡିକାଲ ଆଇସୋଲେସନ ଓ୍ଵାର୍ଡରୁ ଜଣେ ଏବଂ ଅନ୍ୟ ଜିଲ୍ଲାରୁ ଫେରି କ୍ଵାରେଣ୍ଟାଇନ୍‌ରେ ଥିବା ୫ ଜଣ ଆକ୍ରାନ୍ତ ଅଛନ୍ତି।CGU newଏଥିସହିତ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧୮୮ ଜଣ ସୁସ୍ଥ ହୋଇଥିବାବେଳେ ୧୩୯ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି। ଏଥିସହ ୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comment