ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହରରେ ରବିବାର ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪ ଚିହ୍ନଟ ହୋଇଥିବା ବେଳେ ୨ ଟି ଲୋକାଲ କେସ୍‌ ରହିଛି।

୨ ଟି ଲୋକାଲ କେସ୍‌ ମଧ୍ୟରୁ ଜଣେ କ୍ୟାଣ୍ଟନମେଣ୍ଟ ରୋଡ ଏୟାର କଲୋନୀରୁ ମହିଳା ଓ ଅନ୍ୟ ଜଣେ ମଙ୍ଗଳାବାଗ ମଲାସାହିର ୪୩ ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।CGU new

ଫଳରେ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨୦୦ ସୁସ୍ଥ ହୋଇଥିଲା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସୁଦ୍ଧା ୧୪୩ ଆକ୍ଟିଭ କେସ୍‌ ରହିଛି।

Comment