ଓଡିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ବଢ଼ୁଥିବାରୁ ଭଦ୍ରକ ପୌରାଞ୍ଚଳ ଏବଂ ଧାମନଗର ଏନ୍ଏସି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଜୁଲାଇ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ଜାରି ରହିବ। ଏନେଇ ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୫ ଦିନିଆ ଲକ୍‌ଡାଉନ୍‌ ଲାଗୁ ହେବ। ତେବେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୂର୍ବ ଭଳି ଶନିବାର ଓ ରବିବାର ସଟ୍‌ଡାଉନ୍‌ ବଳବତ୍ତର ରହିବ।CGU newଲକ୍‌ଡାଉନ୍‌ ସମୟରେ ସକାଳ ୫ଟାରୁ ଦିନ ୧ଟା ଯାଏଁ ଦୋକାନ, ବଜାର ଖୋଲା ରହିବ ବୋଲି ସୂଚନା ମିଳିଛି।

Comment