ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ସହରରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୬ ଜଣ ଏସ୍‌ସିବି ଆଇସୋଲେସନ ୱାର୍ଡରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ହୋମ୍‌କ୍ୱାରେଣ୍ଟାଇନ୍‌ ଏବଂ ୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

୨୬ ବର୍ଷୀୟ ଜଣେ ଯୁବତୀ, ୫୫ ବର୍ଷୀୟ ଜଣେ ମହିଳା, ୪୦ ବର୍ଷୀୟ ଜଣେ ପୁରୁଷ, ୨୦ ବର୍ଷୀୟ ଯୁବକ, ଜଣେ ୩୫ ବର୍ଷୀୟ ମହିଳା ଏସ୍‌ସିବି ଆଇସୋଲେସନ ୱାର୍ଡରୁ ଚିହ୍ନଟ ହୋଇଛନ୍ତି।

CGU newସେହିପରି ବମ୍ଫକୁଦସ୍ଥିତ ଏକ ଆପାର୍ଟମେଣ୍ଟରୁ, ପୁରୁଣା ରାଉସାପାଟଣା ଅଞ୍ଚଳରୁ ଜଣେ ୩୪ ବର୍ଷୀୟ ଯୁବକ ଏବଂ ସନସାଇନ ପଡ଼ିଆ ନିକଟସ୍ଥ ଏକ ଆପାର୍ଟମେଣ୍ଟରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ଏମାନେ ହୋମ୍‌କ୍ୱାରେଣ୍ଟାଇନରେ ଥିଲେ।

ଡଗରପଡ଼ା ଏବଂ ସୂତାହାଟ ଅଞ୍ଚଳରୁ ୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ହଗରପଡ଼ାରୁ ୭୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସୂତାହାଟ ଅଞ୍ଚଳରୁ ୩୫ ବର୍ଷୀୟ ଜଣେ ମହିଳା ଚିହ୍ନଟ ହୋଇଛନ୍ତି।

Comment