ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ) : ପୁରୀରେ କରୋନା ନିୟନ୍ତ୍ରଣ ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି। ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ କରୋନା ସଚେତନତା ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ଏମାନେ ସାଧାରଣ ଲୋକ ଓ ପ୍ରଶାସନ ମଧ୍ୟରେ ସେତୁ ଭାବେ କାମ କରିବେ। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଟାଉନହଲଠାରେ ଅନୁଷ୍ଠିତ ଏକ ବୈଠକରେ ସୂଚନା ଦେଇଛନ୍ତି।

ଏହି ସ୍ୱେଚ୍ଛାସେବୀମାନେ ପ୍ରତି ୨୫ ଘରକୁ ଜଣେ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ସ୍ୱେଚ୍ଛାସେବୀ ସେବୀମାନେ ସଂପୃକ୍ତ ବସ୍ତିର ହୋଇଥିବେ ଓ ସେବା ମନୋଭାବ ରଖି କାର୍ଯ୍ୟ କରିବେ।CGU new

କରୋନା ସଚେତନତା ସୃଷ୍ଟି କରିବା ପାଇଁ ଉଭୟ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ସେମାନେ ସୁସ୍ଥ ଥିବା ସହ ୪୦ ବର୍ଷରୁ କମ ବୟସର ହୋଇଥିବେ। ଦୈନିକ ୬ ଘଣ୍ଟା ସମୟ ଦେବା ସାଙ୍ଗକୁ ସୋସିଆଲ ମିଡିଆର ବ୍ୟବହାର ଏବଂ ଓଡ଼ିଆ ଭାଷା ଜଣାଥିବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି।

ସେମାନେ କାମ କରୁଥିବା ବସ୍ତିରେ ଥିବା ପରିବାରରେ କୌଣସି ସଦସ୍ୟଙ୍କଠାରେ ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଦେଖାଯାଉଥିଲେ ସେନେଇ ତଥ୍ୟ ଦେବା ସହ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବେ।

ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ କେହି ସଙ୍ଗରୋଧ ନିୟମ ଉଲଘଂନ କଲେ ସେ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରିବେ। ସଂପୃକ୍ତ ଅଞ୍ଚଳରୁ କୈଣସି ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ। ହୋଡିଂ, ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯିବ।

ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ କରାଯାଇ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କରୋନା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି।  ଏଥି ନିମନ୍ତେ ୬୪ଟି ଟିମ ନିୟୋଜିତ ଅଛନ୍ତି ଏଥିରେ ଆଶା, ଅଙ୍ଗନଓ୍ୱାଡି ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି। ଆଜି ସୁଦ୍ଧା ପ୍ରାୟ ୩୫ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି।

Comment