ଓଡ଼ିଶାଲାଇଭ୍ ବ୍ୟୁରୋ

yellow turtle-1

ବାଲେଶ୍ୱରର ସୋର ଅଞ୍ଚଳରୁ ଠାବ ହୋଇଛି ବିରଳ ହଳଦିଆ ରଙ୍ଗର କଇଁଛ। ସାଜନପୁର ପଞ୍ଚାୟତର ସୁଜନପୁର ଗାଁରେ ଏହି ବିରଳ କଇଁଛକୁ ଉଦ୍ଧାର କରାଯାଇଥିଲା।

ସୁଜନପୁର ଗାଁର ବାସୁଦେବ ପାତ୍ର ନାମକ ଜଣେ ବ୍ୟକ୍ତି ବିଲରେ ହଳ କରୁଥିବା ସମୟରେ ଏହି କଇଁଛଟିକୁ ଦେଖିବାକୁ ପାଇଥିଲେ। ଏପରି ବିରଳ କଇଁଛ ଦେଖି ସେ ଏହାକୁ ଯତ୍ନର ସହ ଘରକୁ ନେଇଆସିଥିଲେ। ପରେ ସେ ବନବିଭାଗକୁ ଏହି କଇଁଛ ବିଷୟରେ ସୂଚନା ଦେଇଥିଲେ।

CGU new

ତେବେ ଏହି ହଳଦିଆ ରଙ୍ଗର କଇଁଛକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ପରେ ବାସୁଦେବ ଏହି କଇଁଛଟିକୁ ବନବିଭାଗକୁ ହସ୍ତାନ୍ତର କରିଦେଇଥିଲେ।

Comment