ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୌଦ୍ୱାର ସର୍କଲ ଜେଲ୍‌ ପରେ ବ୍ରହ୍ମପୁର ମଣ୍ଡଳ କାରାଗରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ କି ଦୁଇ ଜଣ ନୁହନ୍ତି, ୪୨ ଜଣଙ୍କଠାରୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନଙ୍କ ଭିତରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ୯ ଜଣ ଜେଲ୍‌ କର୍ମଚାରୀ ଅଛନ୍ତି।

ଗଞ୍ଜାମ ଜିଲ୍ଲା ଏବେ କରୋନା ହଟସ୍ପଟ ପାଲଟି ଯାଇଛି। ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି। କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

CGU newଏପଟେ ଗଞ୍ଜାମ ଜିଲ୍ଲାରେ ୧୫୦ ପୋଲିସ କର୍ମଚାରୀଙ୍କୁ ମଧ୍ୟ କରୋନା ହୋଇଥିବା ସୂଚନା ମିଳିଥିଲା। ଏବେ ଜେଲ୍‌ରେ କରୋନା ପଶିଥିବାରୁ ଚିନ୍ତା ବଢ଼ିଛି।

Comment