ଓଡିଶାଲାଇଭ୍ କରୋନା ବ୍ୟୁରୋ

କଟକ ସହରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ସହରରୁ ପୁଣି ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ଵାରେଣ୍ଟାଇନରୁ ୨୬ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଆଜି ସହରର ତଳ ତେଲେଙ୍ଗା ବଜାର ପୁରୀଘାଟରୁ ଜଣେ କରୋନା ଯୋଦ୍ଧା, ଏସ୍‌ସିବି ମେଡିକାଲ କଲେଜର ଜଣେ କରୋନା ଯୋଦ୍ଧା, ଶିବ ବଜାରରୁ ୨ ଜଣ, ମାଲଗୋଦାମରୁ ଜଣେ, ବଣିଆସାହି ଡଗରପଡ଼ାରୁ ୫ ଜଣ, ମୁଗଭଙ୍ଗାରୁ ୨ ଜଣ, ପୁରୁଣା ରାଉସାପାଟଣାରୁ ୪ ଜଣ, ଗୋପାଳପୁର ମାଷ୍ଟର କଲୋନୀରୁ ଜଣେ, ପାଇକ ସାହିରୁ ଜଣେ, ଗୋମୋଡ଼ିଆରୁ ୩ ଜଣ, ଦେଓ୍ଵାନ ବଜାରରୁ ୫ ଜଣ, ତନ୍ତି ସାହିରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଏସ୍‌ସିବି ମେଡିକାଲ ଆଇସୋଲେସନ ଓ୍ଵାର୍ଡରୁ ୪ ଜଣଙ୍କ ସମେତ ଜଣେ କୋଭିଡ୍ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।CGU newଏଥିସହ ବର୍ତ୍ତମାନ ସୁଦ୍ଧା କଟକ ସହରରୁ ୪୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କମଧ୍ୟରୁ ୨୩୬ ଜଣ ସୁସ୍ଥ ହୋଇଥିବା ବେଳେ ୨୪୨ ଜଣ ଏବେ ବି ସକ୍ରିୟ ଅଛନ୍ତି। କଟକ ସହରରେ କରୋନାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି।

Comment