ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଜଗନ୍ନାଥପ୍ରସାଦ ଗାଁରେ ୩୦ ଜଣ କରୋନା ସଂକ୍ରମଣ ଚିହ୍ନଟ ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଟକଣା ଅଭାବରୁ ସ୍ଥାନୀୟ ସଂଗରୋଧ କେନ୍ଦ୍ରର ପ୍ରବାସୀଙ୍କଠାରୁ ଲୋକଙ୍କୁ ସଂକ୍ରମଣ ବ୍ୟାପିଥିବା ସାଧାରଣରେ ଧାରଣା ସୃଷ୍ଟି ହୋଇଛି। ଏହାକୁ ନେଇ ପ୍ରଶାସନ ଓ ଜନତା ମୁହାଁମୁହିଁ ହୋଇଥିଲେ।

ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଗାଁରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଗାଁରୁ ବହୁ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଜି ଜଗନ୍ନାଥପ୍ରସାଦ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଗାଁର କୌଣସି ଲୋକ ବାହାରକୁ ବାହାରିବା କିମ୍ବା ବାହାରୁ କୌଣସି ଲୋକ ଗାଁକୁ ଆସିବା  ମନା ହୋଇଛି। ଜିଲ୍ଲାରେ ଆଜି ପୁଣି ୧୦ ଜଣଙ୍କଠାରେ ପଜିଟିଭ୍ ଚିହ୍ନଟ ହୋଇଛି।

Comment