ଓଡିଶାଲାଇଭ୍ ବ୍ୟୁରୋ

ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୪ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ସାକ୍ଷୀପଡ଼ାର ମୁଣ୍ଡାପଡ଼ା, ବଡ଼ବଜାରର କେଉଟପଡ଼ା, କୁଷ୍ଠାପଡ଼ା ଏବଂ ହୀରାକୁଦ ଅଞ୍ଚଳର ଖ୍ରୀଷ୍ଟିଆନ୍‌ପଡ଼ାରେ ୧୪୪ ଧାରା ଜାରି ହୋଇଛି।CGU newସମ୍ବଲପୁରରୁ ବର୍ତ୍ତମାନ ସୁଦ୍ଧା ୨୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧୨୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Comment