ଓଡିଶାଲାଇଭ୍ ବ୍ୟୁରୋ

(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଦିନକୁ ଦିନ ଲୋକାଲ୍ କେସ୍ ବଢ଼ିବା ସହିତ କରେନା ଯୋଦ୍ଧାମାନେ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଗୁରୁବାର ବାଣପୁର ମେଡିକାଲରୁ ପୁଣି ଜଣେ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ସଟଡାଉନ୍ ଘୋଷଣା କରିଛି। ଏନେଇ ଖୋର୍ଦ୍ଧା ସିଡିଏମ୍‌ଓ ଡାକ୍ତର ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି।

ଜୁଲାଇ ୨୩ ତାରିଖ ସନ୍ଧ୍ୟାରୁ ୨୫ ଜୁଲାଇ ରାତି ପର୍ଯ୍ୟନ୍ତ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅନ୍ତର୍ବିଭାଗ ଏବଂ ବହିର୍ବିଭାଗ ବନ୍ଦ ରହିବ। କେବଳ କାଜୁଆଲିଟି ୱାର୍ଡ ଖୋଲା ରହିବ।CGU newଏହି ଦୁଇ ଦିନ ମଧ୍ୟରେ ସମ୍ପୃକ୍ତ କୋଭିଡ୍ ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ, ସ୍ୱାବ ସଂଗ୍ରହ ଏବଂ ବିଶୋଧନ କାର୍ଯ୍ୟ କରାଯିବ। ଜନସାଧାରଣମାନେ ଯଥା ସମ୍ଭବ ଘରେ ରହିବା ସହ ଟେଲି ମେଡିସିନ ସେବାର ଫାଇଦା ନେବାକୁ ସିଡିଏମ୍‌ଓ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here