ଓଡ଼ିଶାଲାଇଭ୍ ବ୍ୟୁରୋ

maharastra lonar lake-1

ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାରେ ରହିଛି ଲୋନାର ହ୍ରଦ। ତେବେ ଏହାର ପାଣିର ରଙ୍ଗ ହେଉଛି ସଂପୂର୍ଣ୍ଣ ଗୋଲାପି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିଲ ମଧ୍ୟ ସତ। ତେବେ ବୈଜ୍ଞାନିକମାନେ ଏହା ପଛର ରହସ୍ୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି।

CGU new

ପୁନେର ‘ଆଗରକର’ ଅନୁସନ୍ଧାନ ସଂସ୍ଥା ଏହା ଉପରେ ରିସର୍ଚ୍ଚ କରିଥିଲା। ତେବେ ରିସର୍ଚ୍ଚ ରୁ ଜଣା ପଡ଼ିଛି ଯେ ଏହି ହ୍ରଦର ପାଣିରେ ‘ହାଲୋଆର୍ଚିଆ’ ନାମକ ଜୀବାଣୁର ସଂଖ୍ୟା ବୃଦ୍ଧି ପାଇବା ହେତୁ ଏହାର ରଙ୍ଗ ପରିବର୍ତ୍ତନ ହୋଇଛି। ତେବେ ହାଲୋଆର୍ଚିଆ ହେଉଛି ଏପରି ଏକ ଜୀବାଣୁ ଯାହା ଗୋଲାପି ରଙ୍ଗ ତିଆରି କରିଥାଏ। ସାଧାରଣତଃ କ୍ଷାର ପାଣିରେ ଏହି ଜୀବାଣୁ ରହିଥାନ୍ତି।

lonar lake-3

ଏହି ସଂସ୍ଥାର ନିର୍ଦ୍ଦେଶକ ଡାକ୍ତର ପ୍ରଶାନ୍ତ ଧାକେଫାଲକର କହିଛନ୍ତି ଯେ ପ୍ରଥମେ ସେ କୌଣସି ଲାଲ ଶୈବାଳ ଯୋଗୁଁ ପାଣିର ରଙ୍ଗ ଏପରି ଗୋଲୋପି ହେଉଛି ବୋଲି ଭାବିଥିଲେ। କିନ୍ତୁ ପରେ ଏହି ହ୍ରଦର ପାଣିର ନମୁନା ସଂଗ୍ରହ କରି ରିସର୍ଚ୍ଚ କରିବା ପରେ ସତ ବାହାରକୁ ଆସିଥିଲା। ଏହି ଲୋନାର ହ୍ରଦରେ ବହୁ ସଂଖ୍ୟାରେ ‘ହାଲୋଆର୍ଚିଆ’ ଜୀବାଣୁ ରହି ଗୋଲାପି ରଙ୍ଗ ତିଆରି କରୁଛନ୍ତି ଯାହା ଦ୍ୱାରା ଏହାର ପାଣିର ରଙ୍ଗ ପରିବର୍ତ୍ତନ ହୋଇ ଗୋଲାପି ହେବାରେ ଲାଗିଛି।

Comment