ଓଡିଶାଲାଇଭ୍ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୬୦ କୋଟି ଟିକା ଡୋଜ୍‌ର ଏକ ବଡ଼ ଅର୍ଡର ଦେଇଛନ୍ତି। ଫାଇଜର ଓ ବାୟୋଏନଟେକ ମିଳିତ ଭାବେ ଆମେରିକାରେ କରୋନା ଟିକା ଉଦ୍ଭାବନ କରୁଛନ୍ତି। ଏଥିସହିତ ଆଉ କିଛି କମ୍ପାନି ମଧ୍ୟ ଟିକା ପ୍ରସ୍ତୁତି କାମରେ ଲାଗିଛନ୍ତି। ବୁଧବାର ଦିନ ପ୍ରେସ ବ୍ରିଫିଙ୍ଗରେ ଟ୍ରମ୍ପ ଏହାକୁ ଏକ ବଡ଼ ବିଜୟ(Think we have a winner) ବୋଲି କହିଛନ୍ତି।

ଚୁକ୍ତି ଅନୁସାରେ ଏହି ଟିକା କିଣିବା ପାଇଁ ଟ୍ରମ୍ପ ପ୍ରଶାସନ ଫାଇଜର କମ୍ପାନିକୁ ୨ ବିଲିୟନ ଡଲାର ପ୍ରଦାନ କରିବେ। ଆମେରିକାର ଡ୍ରଗ ଆଡମିନିଷ୍ଟ୍ରେସନ ଅନୁମତି ଦେବା ପରେ ଡିସେମ୍ବର ମାସରେ ପ୍ରଥମେ ୧୦ କୋଟି ଡୋଜ ଆସିବ ବୋଲି ଅନୁମାନ କରାଯାଉଛି।

ଟ୍ରମ୍ପ ପ୍ରଶାସନ ପକ୍ଷରୁ ଟିକା କିଣିବା ପାଇଁ କମ୍ପାନିଗୁଡ଼ିକ ସହିତ ଆଗରୁ ହିଁ ଚୁକ୍ତି ଶେଷ ହେଉଛି ଯାହା ଫଳରେ କି ଟିକା ସଫଳ ହେବା ମାତ୍ରେ ଲୋକଙ୍କ ପାଖରେ ତାହା ପହଞ୍ଚିବ।CGU newସର୍ବଶେଷ ସୂଚନା ଅନୁଯାୟୀ ଆମେରିକାରେ ପ୍ରାୟ ୪୦ ଲକ୍ଷ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଦେଢ଼ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।

Comment