ଓଡିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଆଉ ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ଖଲ୍ଲିକୋଟ କୋଦଳା ହସ୍ପିଟାଲରେ ଜଣେ ଏଏସ୍‌ଆଇଙ୍କ ମୃତଦେହ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ୨ ଜଣ ସାମ୍ବାଦିକ ତାଙ୍କର ଶବ ଉଠାଇଛନ୍ତି। ଉଭୟ ସାମ୍ବାଦିକ ପିପିଇ କୋଟ୍ ପିନ୍ଧି ମୃତଦେହ ଉଠାଇଥିବା ଜଣାପଡ଼ିଛି।

ମୃତ ଏଏସ୍‌ଆଇ ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ। ଗତ ଶୁକ୍ରବାର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।CGU newତେବେ କରୋନା ଭୟରେ ହସ୍ପିଟାଲ ଷ୍ଟାଫ୍ କିମ୍ବା ସ୍ଥାନୀୟ ଲୋକେ ମୃତ ଏଏସ୍‌ଆଇଙ୍କ ପାଖ ମାଡ଼ୁନଥିଲେ। ଏପରିକି ଶବ ନେବା ପାଇଁ ପରିବାର ଲୋକ ମଧ୍ୟ ଆସିନଥିଲେ। ମୃତଦେହ ଦୀର୍ଘ ସମୟ ଧରି ହସ୍ପିଟାଲରେ ପଡ଼ିରହିବା ପରେ ସ୍ଥାନୀୟ ଅଞ୍ଚଳର ୨ ଜଣ ସାମ୍ବାଦିକ ଆଗେଇ ଆସିଥିଲେ। ସେମାନେ ପିପିଇ କିଟ୍ ପିନ୍ଧି ସମ୍ପୃକ୍ତ ଏଏସ୍‌ଆଇଙ୍କ ମୃତଦେହ ଉଠାଇଥିବା ସୂଚନା ମିଳିଛି।

Comment