ଓଡିଶାଲାଇଭ୍ ବ୍ୟୁରୋ

କର୍ତ୍ତବ୍ୟରେ ଅବହେଳା ପାଇଁ କଳାହାଣ୍ଡି ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ ନିଲମ୍ବନ କରାଯାଇଛି। ଏନେଇ ରାଜସ୍ଵ ଓ ପ୍ରଶମନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅନିଶା ଜିଲ୍ଲା ମୁଖ୍ୟାଳୟରେ ରହିବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ସେ ବେତନଟୀ ତହସିଲଦାର ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।

ସେହି ସମୟରେ ଅନିଶା ବଡ଼ସାହି ଅଞ୍ଚଳର ଜଣେ ଟ୍ରକ୍ ମାଲିକଙ୍କୁ ଲାଞ୍ଚ ମାଗିବା ନେଇ ଅଭିଯୋଗ ହୋଇଥିଲା। ସମୃକ୍ତ ଟ୍ରକ୍ ମାଲିକ ଅନିଶା ଲାଞ୍ଚ ମାଗିବା ବେଳର ଏକ ଅଡିଓ ଟେପ୍ ମଧ୍ୟ ମଧ୍ୟ ପୋଲିସକୁ ଦେଇଥିଲେ। କିନ୍ତୁ ସେହି ଅଡିଓ ଟେପ୍ ତାଙ୍କର ନୁହେଁ ଏବଂ କିଛି ମାଫିଆ ତାଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି ବୋଲି ଅନିଶା ସଫେଇ ଦେଇଥିଲେ।

Comment